• Government of Odisha
  • ଓଡ଼ିଶା ସରକାର

ସଂକ୍ଷେପରେ ଆମ ମହାବିଦ୍ୟାଳୟ ...

ଆଞ୍ଚଳିକ ମହାବିଦ୍ୟାଳୟ ହେଉଛି ଓଡ଼ିଶାର ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ-ସହରାଞ୍ଚଳର ଯୁବପିଢ଼ିଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରଦାନ କରିବା ଦିଗରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ। ୧୯୮୪ ମସିହାରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟ ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାଗତ ଶ୍ରେଷ୍ଠତା, ନୈତିକ ମୂଲ୍ୟବୋଧ ଏବଂ ସାମାଜିକ ଦାୟିତ୍ୱବୋଧର ବିକାଶ କରିଆସୁଛି।

ଏହି ଅନୁଷ୍ଠାନ ବିଭିନ୍ନ ବିଭାଗରେ ସ୍ନାତକ ପାଠ୍ୟକ୍ରମ ପ୍ରଦାନ କରିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଓ ସେମାନଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଥାଏ। ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ଥିବା ଶିକ୍ଷାଗତ ବ୍ୟବଧାନକୁ ଦୂର କରିବାରେ ଏହି ମହାବିଦ୍ୟାଳୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ଯୁବମାନସକୁ ସଫଳ କ୍ୟାରିୟର ଗଠନ ପାଇଁ ମାର୍ଗଦର୍ଶନ ଦେବା ସହ ସେମାନଙ୍କ ମଧ୍ୟରେ ନେତୃତ୍ୱ ଏବଂ ନାଗରିକ କର୍ତ୍ତବ୍ୟବୋଧ ଜାଗ୍ରତ କରି ଆଞ୍ଚଳିକ ପ୍ରଗତିରେ ସହାୟକ ହେଉଛି।
ଅଧିକ ପଢ଼ନ୍ତୁ
Main Entrance, Anchalika (Degree) Mahavidyalaya, Siminai
--
ଶୈକ୍ଷିକ କାର୍ଯ୍ୟକ୍ରମ
(ପାଠଚକ୍ର ଓ କର୍ମଶାଳା)
--
ପ୍ରକାଶନ
--
ସ୍ନାତକ
--
ସ୍ନାତକୋତ୍ତର
--
ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ
--
ଗବେଷଣାଗତ ବିଦ୍ୟାର୍ଥୀ

ଅଧ୍ୟକ୍ଷଙ୍କ ବାର୍ତ୍ତା 

“ବିଦ୍ୟା ଦଦାତି ବିନୟମ୍, ବିନୟାତ୍ ଯାତି ପାତ୍ରତ୍ୱାମ୍ । 
ପାତ୍ରତ୍ୱାତ୍ଧ ନମାପ୍ନୋତି, ଧନାତ୍ ଧର୍ମ ତତଃ ସୁଖମ୍ ।।”
ଏହାର ଅର୍ଥ ହେଉଛି - “ଜ୍ଞାନ ନମ୍ରତା ଦେଇଥାଏ, ନମ୍ରତା ଯୋଗ୍ୟତାକୁ ଜନ୍ମ ଦେଇଥାଏ, 
ଯୋଗ୍ୟତାରୁ ଧନ ଅର୍ଜନ ହୁଏ, ଏବଂ ଧନରୁ ଧାର୍ମିକତା ଓ ସୁଖ ଉପୁଜିଥାଏ।”
Principal, Anchalika (Degree) Mahavidyalaya, Siminai
ଅଜ୍ଞାନତାର ଅନ୍ଧକାରକୁ ଶିକ୍ଷା, ଜ୍ଞାନର ଆଲୋକ ମାଧ୍ୟମରେ ଦୂର କରାଯାଇପାରେ। ଯୁଗେ ଯୁଗେ ଜ୍ଞାନ ହିଁ ଶକ୍ତି ଓ ସଫଳତାର ରାସ୍ତାରେ ଆଗକୁୁ ବଢିବା ପାଇଁ ପଥ ପ୍ରଦର୍ଶକ ହୋଇ ଆସିିଛି। ଯାହା ମନୁଷ୍ୟକୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସହାୟକ ହୋଇଥାଏ। ସଫଳତାର ସ୍ୱାଦ ଏବଂ ଜୀବନର ମୂଲ୍ୟବୋଧ ହାସଲ ପାଇଁ ପ୍ରେରଣା ଦେଇଥାଏ, ମାନସିକ ସ୍ତରରେ ସଶକ୍ତ ପାଇଁ ପ୍ରବର୍ତ୍ତାଇଥାଏ । ପ୍ରତ୍ୟେକ ମୁହୂର୍ତ୍ତରେ ବିଭିନ୍ନ ଉତ୍ସରୁ ଶିକ୍ଷା ଗ୍ରହଣ କରିବା ଏବଂ ଜ୍ଞାନ ବୃଦ୍ଧି କରିବାର ସୁଯୋଗ ଦେଇଥାଏ।
 
ଏହି ଲକ୍ଷ୍ୟ ନେଇ ଆମ ମହାବିଦ୍ୟାଳୟରେ, ଆମେ ପ୍ରତିବଦ୍ଧ ଅଧ୍ୟାପକ ଏବଂ ଏକ ସକ୍ରିୟ ଶିକ୍ଷଣ ଇକୋସିଷ୍ଟମ ଦ୍ୱାରା ସମର୍ଥିତ ବିଭିନ୍ନ ପ୍ରକାରର ସ୍ନାତକ, ସ୍ନାତକୋତ୍ତର ଏବଂ ବୃତ୍ତିଗତ କାର୍ଯ୍ୟକ୍ରମ ପ୍ରଦାନ କରିଆସୁଅଛୁ। ଆମର ମୂଳମନ୍ତ୍ର -ତମସୋ ମା ଜ୍ୟୋତିର୍ଗମୟ -"ଅନ୍ଧକାରରୁ ଆଲୋକକୁ ନେଇଯାଅ"। ଅର୍ଥପୂର୍ଣ୍ଣ ଶିକ୍ଷଣ ଅଭିଜ୍ଞତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରତିପାଳନ କରିବା ଉପରେ ସର୍ବଦା ମୋର ଧ୍ୟାନ ରହିଆସିଛି।
ଅଧିକ ପଢ଼ନ୍ତୁ


ଆମ ବୈଶିଷ୍ଟ୍ୟ

ଶିକ୍ଷାଗତ ଶ୍ରେଷ୍ଠତା

ଉତ୍ସର୍ଗୀକୃତ ଶିକ୍ଷକ ଏବଂ ଗୁଣାତ୍ମକ ଶୈକ୍ଷିକ ଅଭ୍ୟାସ।

ସୁଲଭ ଶିକ୍ଷା

ସମାଜର ସମସ୍ତ ବର୍ଗ ପାଇଁ ସୁଲଭ ଉଚ୍ଚଶିକ୍ଷା।

ସର୍ବାଙ୍ଗୀନ ବିକାଶ

ଶିକ୍ଷା, କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ଉପରେ ପ୍ରବଳ ଗୁରୁତ୍ୱ।

ସମ୍ପ୍ରଦାୟର ଯୋଗଦାନ 

ସାମାଜିକ ଏବଂ ସାମୁହିକ ବିକାଶରେ ସକ୍ରିୟ ଅଂଶଗ୍ରହଣ।

College Campus, Anchalika (Degree) Mahavidyalaya, Siminai

ସଫଳତାର କାହାଣୀ

Success Stories, Anchalika (Degree) Mahavidyalaya, Siminai

ତଥ୍ୟ ଆଦ୍ୟତନ କରାଯିବ 

--

ତଥ୍ୟ ଆଦ୍ୟତନ କରାଯିବ 

--

ତଥ୍ୟ ଆଦ୍ୟତନ କରାଯିବ 

--

ଅଧିକ ପଢ଼ନ୍ତୁ...

କ୍ୟାମ୍ପସ ପରିଦର୍ଶନ

ଆମ ଅନୁଷ୍ଠାନ ବିଶ୍ୱସ୍ତରୀୟ ଶିକ୍ଷାଦାନ ସହ ଭିତ୍ତିଭୂମି ସୁବିଧା ସୁଯୋଗ ଯୋଗାଇ ଆସୁଛି। ଯାହା ସେମାନଙ୍କ ବୌଦ୍ଧିକ, ଆମୋଦ ପ୍ରମୋଦ ସହ ଜ୍ଞାନ ଆହୋରଣର ଆଗ୍ରହକୁ ବଢାଇଥାଏ।

ସୂଚନା ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ 

ସୂଚନା

Nov 10, 2025
Annual Cultural Fest Registration Open
NEW
Nov 12, 2025
Guest Lecture on Data Science by Dr. Sahoo
NEW
Nov 15, 2025
Library Renovation Announcement
Nov 18, 2025
Placement Drive: Infosys & TCS
NEW
Nov 20, 2025
College Annual Sports Meet

ସମାରୋହ

ଆଞ୍ଚଳିକ (ସ୍ନାତକ) ମହାବିଦ୍ୟାଳୟ- ଏକ ଝଲକ

ପ୍ରତିଷ୍ଠିତ ପ୍ରାକ୍ତନ ବିଦ୍ୟାର୍ଥୀ